36 C
Bhubaneswar
Sunday, April 11, 2021

କରୋନା ଆତଙ୍କ ସମୟରେ କଲେଜ ଖୋଲାକୁ ନାପସନ୍ଦ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ନୟାଗଡ଼,୧୮ା୬ : ସରକାର ଜୁନ ୧୭ରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ସହିତ ଅଧ୍ୟାପକ ଓ କର୍ମଚାରୀମାନେ କଲେଜକୁ ଆସିବାକୁ ନିଦେ୍ର୍ଦଶ ଦେଇଥିବାବେଳେ ତାହା ବହୁ ସ୍ଥାନରେ ଆଜି ବ୍ୟତିକ୍ରମ ଦେଖିବାକୁ ପଡ଼ିଛି । ସରକାରଙ୍କ ନିୟମକୁ ମାନି କୌଣସି ପ୍ରକାରେ ଅଧ୍ୟାପକ ଓ କର୍ମଚାରୀ କଲେଜକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ କଲେଜରେ ବହୁ ଅଧ୍ୟାପକ ଓ କର୍ମଚାରୀ ଯୋଗଦେବାକୁ ସଫଳ ହୋଇପାରିନାହାନ୍ତି । ଗାଡ଼ି ମୋଟର ଚଳାଚଳ କରିବା ବନ୍ଦ ହୋଇ ଯାଇଥିବାବେଳେ ଦୂର ଦୂରାନ୍ତରୁ ବାଇକ୍ ବା ଭଡ଼ା ସୂତ୍ରରେ ଗାଡ଼ି ଆଣି ଗନ୍ତବ୍ୟ ସ୍ଥଳରେ ପହଂଚିବା ସମ୍ଭବପର ହୋଇପାରିନାହିଁ । ବିଭିନ୍ନ ସ୍ଥାନରୁ ଆସି ଗାଁ ଗହଳିରେ ଭଡ଼ାକୁ ନେଇ ରହିଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଘର ମାଲିକମାନେ ଘରେ ଭର୍ତ୍ତି କରାଇନଦେବାକୁ ଆଗୁଆ ସତର୍କ କରାଇ ଦେଲେଣି । କେତେକ ବିଦ୍ୟାଳୟ ଓ ମହାବିଦ୍ୟାଳମାନଙ୍କରେ ସଙ୍ଗରୋଧ କେନ୍ଦ୍ର ହୋଇଥିବାବେଳେ ପ୍ରବାସୀମାନେ ଏବେବି ରହିଛନ୍ତି । ଯେଉଁ କେତେକ ବିଦ୍ୟାଳୟ ବା ମହାବିଦ୍ୟାଳୟରୁ ପ୍ରବାସୀମାନେ ୧୪ଦିନିଆ କ୍ୱାରେଂଟାଇନରେ ରହି ଗଲେଣି ସେହି ଗୃହ ଗୁଡ଼ିକ ମଧ୍ୟ ଏଯାଏଁ ବିଶୋଧନ ହୋଇପାରିନଥିବା କୁହାଯାଉଛି । କଲେଜକୁ ଗଲେ ବିଭିନ୍ନ ଅଂଚଳରୁ ଆସିଥିବା ଷ୍ଟାଫମାନେ କେମିତି ସାମାଜିକ ଦୂରତ୍ୱ ରକ୍ଷାକରି ଷ୍ଟାଫ କମନ୍ରୁମ୍ରେ ଏକାଠି ମୁହଁକୁ ମୁହଁ େଦେଇ ବସିବେ ତାହାକୁ ନେଇ ମଧ୍ୟ ସେମାନଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି । ଯାହାକି ଗୋଡ଼େ ଗୋଡ଼େ ବିପଦର ସମ୍ମୁଖୀନ ହେବାର ଭୟ ଥିବାରୁ ସେମାନେ ମହାବିଦ୍ୟାଳୟକୁ ଆସିବା ନିରାପଦ ମଣୁନାହାନ୍ତି । ସରକାରଙ୍କ ନିୟମ ମାନି ଜିଲାର ବହୁ ମହାବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଷ୍ଟାଫଙ୍କ ସଂଖ୍ୟା ୧୦ ପ୍ରତିଶତ ବି ହୋଇନଥିବା ଦେଖାଦେଇଛି । କରୋନା ଆତଙ୍କୁ ଆଖି ଆଗରେ ରଖି ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଥିବାବେଳେ କେନ୍ଦ୍ର ସରକାର ଅଗଷ୍ଟ ମାସ ୧୫ ତାରିଖ ପରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଦେ୍ର୍ଦଶ ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ଜୁନମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ଜୁନମାସଟିକୁ ଟିକେ ଅଧିକ ଜଗି ରଖି ଚଳିବାକୁ ପରାମର୍ଶ ଦେଇଥିଲେ । ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ଦିନକୁ ଦିନ ତା’ର କାୟା ବିସ୍ତାର କରି ଚାଲିଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଜାଣିଶୁଣି କେମିତି ବିପଦକୁ ସାମ୍ନା କରି ମହାବିଦ୍ୟାଳକୁ ଆସିବେ ଏବେ ଦୋଛକିରେ ପଡ଼ିଛନ୍ତି । ଏପରି ମହାବିଦ୍ୟାଳୟ ଖୋଲା ନିଷ୍ପତିକୁ ସାଧାରଣରେ ମଧ୍ୟ ନାପସନ୍ଦ କରାଯାଇଛି । ଏହାର ପୁନର୍ବିଚାର କରିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଲୋଚନା ହେଉଛି ।

- Advertisement -କରୋନା ଆତଙ୍କ ସମୟରେ କଲେଜ ଖୋଲାକୁ ନାପସନ୍ଦ

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନା ଆତଙ୍କ ସମୟରେ କଲେଜ ଖୋଲାକୁ ନାପସନ୍ଦ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...