ରାୟଗଡ଼,୧୭ା୬: ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅ ।ଜି ରାୟଗଡ ସ୍ତିତ ଶେରିଗୁଡା ପାର୍ଶ୍ୱରେ ଥିବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସୟୁନିଅନ ଏବଂ ରାୟଗଡ଼ ବନବିଭାଗ ମିଳିତ ଅ ।ନୂକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅ ।ୟୋଜନ କରାଗଲା । ପ୍ରଥମେ ଚୀନ ସୈନିକଙ୍କ ସହ ଲଢେଇରେ ସହୀଦ ହୋଇଥିବା ବୀର ଯବାନଙ୍କ ଅମର ଅ ।ତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନୀରବ ପ୍ରାଥନା କରାଗଲା । ପରେ ମୁଖ୍ୟ ଅତିଥି ନରସିଂହ ପ…ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃକ୍ଷ ଓ ପରିବେଶ ସୁରକ୍ଷା ଦିଗରେ ପ୍ରେସ ୟୁନିଅଁନ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ପରେ ଅନ୍ୟ ଅତିଥି ବୃନ୍ଦ ମଧ୍ୟ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ । ବୃକ୍ଷ ରୋପଣ ଓ ପ୍ରେସୟୁନିଅନ ରାୟଗଡ଼ ର ସମାଜ କଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମ କୁ ଦେଖି ସମସ୍ତ ଅତିଥି ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ୫୦ ଗୋଟି •ରା ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ନରସିଂହ ପ…ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ, ସମ୍ମାନୀୟ ଅତିଥି ଶ୍ରୀ କାଲୋଲ ନାୟକ, ଉପ ପ୍ରବନ୍ଧକ ମାନବ ସମ୍ବଳ,ଇମ୍ଫା ଥେରୁବାଲି ରାୟଗଡ, ଶକ୍ତି ପ୍ରସାଦ ପାଣିଗ୍ରାହୀ, ଲୋକ ସମ୍ପର୍କ ତଥା ବରିଷ୍ଠ ପ୍ରବନ୍ଧକ, ଇମ୍ଫା ଥେରୁବାଲି, ରାୟଗଡ, ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼ ଏବଂ ବଣବିଭାଗ ଅଧୀକାରୀ ଅଶୋକ କୁମାର ପ୍ରଧାନ ଏବଂ ପ୍ରେସୟୁନିଅନ ରାୟଗଡ଼ ର ସଭାପତି ଦୟାନିଧି ଖାଡଙ୍ଗା, ସଂପାଦକ ମୋନଜ ସାହୁ, ସୁରେଶ ଦାଶ, ସରୋଜ ସାହୁ , ଶୀବାଜୀ ଦାଶ, ଶ୍ରୀନୀବାସ ବଳିୟାର ସିଂ, ସନ୍ତୋଷ କୁମାର ପାଢ଼ୀ, ଶ୍ରୀଧର ଚୌଧୁରୀ, ଶ୍ରୀନାଥ ତାଡିଙ୍ଗି, ଶର୍ବେଶ୍ୱର ରାଓ, ପ୍ରଦୀପ ପାତ୍ର ଉପସ୍ଥିତ ରହିଥିଲେ ।