36 C
Bhubaneswar
Sunday, April 11, 2021

ଗୁଣିଆ ସନେ୍ଦହରେ ଦୁଇ ଜଣଙ୍କୁ ହତ୍ୟା

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ରାୟଗଡା,୧୭ା୬(ନି.ପ୍ର.): ରାୟଗଡା ଜିଲ୍ଲାରେ ଗୁଣିଗାରେଡି ଜନିତ ହତ୍ୟାକାଣ୍ଡ ବୃଦ୍ଧି ପାଉଥିବାର ଦେଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଶେଷ କରି ଜିଲ୍ଲାର ବିଭିନ୍ନ ଅପହଂଚ ଗ୍ରାମ ଗୁଡିକରେ ଲୋକ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ହତ୍ୟାକାଣ୍ଡ ରଚାଇଥାନ୍ତି । ଆଜି ମଧ୍ୟ ଅପହଂଚ ଇଲାକାର ଗ୍ରାମବାସୀ ମାନେ ରୋଗ ଉପଶମ କରିବା ନିମନ୍ତେ ଡାକ୍ତରଖାନା ଯିବା ପରିବର୍ତେ ଝଡା ଫୁଙ୍କାରେ ବିଶ୍ୱାସ କରନ୍ତି । ଏବଂ ଗାଁର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଗୁଣି ଗାରେଡିରେ ହିଁ ତାର ମୃତ୍ୟୁ ହୋଇଥିବା ବିଶ୍ୱାସ କରନ୍ତି । ପ୍ରଶାସନ ତରଫରୁ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟାଇବା ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଛି । ଯେତେ ସଚେତନ କରାଗଲେ ମଧ୍ୟ ଲୋକ ପୁଣି ସେହି ଅନ୍ଧବିଶ୍ୱାସର ବଶବର୍ତି ହୋଇ ଜଘନ୍ୟ ହତ୍ୟାକାଣ୍ଡ ରଚାଇଥାନ୍ତି । କିଛି ଦିନର ନିରବତା ପରେ ପୁଣି ଥରେ ଅନ୍ଧବିଶ୍ୱାସର ଶୀକାର ହୋଇ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲା ସଦର ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ବଡକସପାଡୁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ଏକ ଟାଙ୍ଗିଆରେ ହାଣି ଯଦୁମଣି ମାଣ୍ଡାଙ୍ଗି (୪୫) ଓ ପୋଲି ତାଡିଙ୍ଗି (୫୧)କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ଶେଷଖାଲ ପୋଲିସର ସୂଚନା ମୁତାବକ ଯଦୁମଣି ଓ ପୋଲି ଗୁଣିଗାରେଡି କରି ଗ୍ରାମବାସୀଙ୍କୁ ହଇରାଣ ହରକତ କରୁଥିଲେ । ଏଥିରୁ ବାଦ୍ ପଡିନଥିଲା ପ୍ରେମାନନ୍ଦର ପରିବାର । ଏ ନେଇ ଗ୍ରାମରେ ବହୁବାର ବଚସା ଓ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ପରିସ୍ଥିତି ଅଣାୟତ ହେବାରୁ ଗାଁ ଲୋକ ଉଭୟ ପରିବାରକୁ ନେଇ ଏକ ବୈଠକ ଡାକିଥିଲେ । ବୈଠକରେ ଯଦୁମଣି ଓ ପୋଲିକୁ ୩ ହଜାର ଟଙ୍କା ଜରିମାନା କରାଯାଇଥିଲା । ଜରିମାନା ଟଙ୍କା ପ୍ରେମାନନ୍ଦକୁ ନମିଳିବାରୁ ସେ ଉତ୍୍କ୍ଷିପ୍ତ ହୋଇ ଯଦୁମଣି ଓ ପୋଲିକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ସୋମବାର ଅପରାହ୍ନ ୩ଟା ସମୟରେ ଗାଁର ଅଳ୍ପ କିଛି ବାଟ ଦୂରରେ ଥିବା ଉଭୟଙ୍କ କୁଡିଆ ନିକଟକୁ ଯାଇଥିଲା । ଟାଙ୍ଗିଆ ଦେଖାଇ ଦୁହେଁଙ୍କୁ ଭୟଭୀତ କରାଇ ଗାଁ ଦାଣ୍ଡକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ଗାଁରୁ ଫେରାର ହୋଇଯାଇଥିଲା ପ୍ରେମାନନ୍ଦ । ଘଟଣା ସଂପର୍କରେ ସୂଚନା ପାଇ ଶେଷଖାଲ ଆଇଆଇସି ବିଜୟଲକ୍ଷମି ହିକକାଙ୍କ ନେତୃତ୍ୱରେ ପୁଲିସ ଓ ସାଇଁଟିଫିକ୍ ଟିମ ହତ୍ୟାକାଣ୍ଡ ସ୍ଥାନରେ ପହଂଚି ଘଟଣାର ପ୍ରାଥମିକ ତଦନ୍ତ କରିଛନ୍ତି । ଯଦୁମଣି ଓ ପୋଲିଙ୍କ ମୃତଦେହ ଉଦ୍ଧାର କରା ଯାଇ ଶବ ବ୍ୟବଛେଦ ନିମନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଅଭିଯୁକ୍ତ ପ୍ରେମାନନ୍ଦକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।

- Advertisement -ଗୁଣିଆ ସନେ୍ଦହରେ ଦୁଇ ଜଣଙ୍କୁ ହତ୍ୟା

More articles

LEAVE A REPLY

Please enter your comment!
Please enter your name here

- Advertisement -ଗୁଣିଆ ସନେ୍ଦହରେ ଦୁଇ ଜଣଙ୍କୁ ହତ୍ୟା

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...