ଭୁବନେଶ୍ୱର,୧୭ା୬: ନୋକିଆ ଫୋନ୍ର ଘର କୁହାଯାଉଥିବା ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଆଜି ଭାରତରେ ନୂଆ ନୋକିଆ ୫୩୧୦ର ଶୁଭାରମ୍ଭ କରାଯାଇଛି । ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ୍ ମୁ୍ୟଜିକ୍କୁ ପୁନଃଚିତ୍ରଣ କରି ନୂଆ ନୋକିଆ ୫୩୧୦ରେ ଏକ ଏମ୍ପି୩ ପ୍ଲେୟର, ଏଫ୍ଏମ୍ ରେଡିଓ (ଯାହାକୁ ଉଭୟ ୱାୟାର୍ଡ ଓ ୱାୟାରଲେସ୍ରେ ପ୍ଲେ କରାଯାଇପାରିବ), ଶକ୍ତିଶାଳୀ ଡୁଆଲ ଫ୍ରଂଟ୍-ଫେସିଙ୍ଗ ସ୍ପିକର୍କୁ ସାମିଲ କରାଯାଇଛି, ଯାହାକି ଆପଣଙ୍କୁ ଯାତ୍ରା ସମୟରେ ନିଜ ପସନ୍ଦର ସଙ୍ଗୀତ ଶୁଣିବାକୁ ଦେଇଥାଏ । ନୋକିଆ ୫୩୧୦ ଡୁଆଲ ସିମ୍ ଭାରିଆଂଟ୍ ମାତ୍ର ୩,୩୯୯ ଟଙ୍କାରେ ଧଳା/ଲାଲ ଓ କଳା/ଲାଲ ରଙ୍ଗରେ ଉପଲବ୍ଧ । ନୋକିଆ ୫୩୧୦ କ୍ଲାସିକ୍ ଡିଜାଇନ୍କୁ ଏକ ସ୍ଲିକ୍ ନୂଆ ଫିଲ୍ ସହ ରିମିକ୍ସ କରିଥାଏ ଏବଂ ଏହାର ବ୍ୟାଟେରୀକୁ ଦୀର୍ଘ ସମୟ ସକ୍ରିୟ ରହିବା ପାଇଁ ନିର୍ମାଣ କରାଯାଇଛି ଯାହା ଆପଣଙ୍କୁ ଦିନ ପରେ ଦିନ କନେକ୍ଟେଡ୍ ରଖିଥାଏ । ନୋକିଆ ୫୩୧୦କୁ ବିଶ୍ୱସ୍ତରରେ ଗତ ମାର୍ଚ୍ଚ ୨୦୨୦ରେ ଘୋଷଣା କରାଯାଇଥିଲା ଏବଂ ବର୍ତମାନ ଏହା ଭାରତରେ ଲଂଚ୍ ହୋଇଛି । ୧୬ ଜୁନ୍ରୁ ଆରମ୍ଭ ହେଉଥିବା ନୋକିଆ ୫୩୧୦ ନୋକିଆ ଡଟ୍ କମ୍/ ଫୋନ୍ସରେ କି୍ବା ଆମାଜନ୍ ଡଟ୍ ଇନ୍ରେ ନୋଟିଫାଏ-ମିରେ ପ୍ରି-ବୁକ୍ ପାଇଁ ଉପଲବ୍ଧ ରହିବ । ଏହି ଦୁଇଟି ଇ-ଷ୍ଟୋର୍ରେ ଏହି ଫୋନ୍ ଆସନ୍ତା ଜୁନ୍ ୨୩ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ । ନୋକିଆ ୫୩୧୦ ପ୍ରଥମ ୪ ସପ୍ତାହ ପାଇଁ ଅନ୍ଲାଇନ୍ରେ ଉପଲବ୍ଧ ହେବ ଏବଂ ପରବର୍ତୀ ସମୟରେ ଦେଶବ୍ୟାପୀ ପ୍ରମୁଖ ରିଟେଲ ଆଉଟ୍ଲେଟ୍ଗୁଡିକରେ ଉପଲବ୍ଧ ହେବ ।