ନୂଆଦିଲ୍ଲୀ,୧୭ା୬(ପିଆଇବି): କୋଭିଡ-୧୯ ବୈଶ୍ିକ ମହାମାରୀ ଯୋଗୁଁ ଦୈନନ୍ଦିନ ଜୀବନ ଯାତ୍ରାରେ କଟକଣା ଓ ବିଭିନ୍ନ କାର୍ଯ୍ୟକଳାପରେ ମଧ୍ୟ ଶିଥିଳତା ଦେଖାଦେଇଛି । ସେଦୃଷ୍ଟିରୁ ଚଳିତ ବର୍ଷର ଅ ।ନ୍ତର୍ଜାତିକ ଯୋଗ ଦିବସକୁ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଅବସାଦ ଦୂରୀକରଣର ବାର୍ତ୍ତାବହ ଭାବେ ପାଳନ କରାଯିବ । ସେ ଦୃଷ୍ଟିରୁ ଅ ।ୟୁଷ ମନ୍ତ୍ରଣାଳୟ ଏକ ତାଲିମଭିତ୍ତିକ କାର୍ଯ୍ୟକ୍ରମର ପରିକଳ୍ପନା କରିଛି, ଯାହାକି ଜୁନ ୨୧ ତାରିଖ ସକାଳ ୬.୦୩ ସମୟରେ ଦୂରଦର୍ଶନରେ ପ୍ରସାରିତ ହେବ । ବର୍ତ୍ତମାନର ନୂତନ ଦୃଶ୍ୟପ… ପରିପ୍ରେକ୍ଷୀରେ ଘରେ ଯୋଗ କରିବା ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ଧ୍ୟାନ ଦେଇ ଅ ।ନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ । ଘରେ ଯୋଗ ପରିବାର ସହ ଯୋଗକୁ ସେ ଦୃଷ୍ଟିରୁ ଅ ।ୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅ ।ଧାର ଭାବେ ଗ୍ରହଣ କରିଛି । ପ୍ରତିବର୍ଷ ଜୁନ ୨୧ ତାରିଖ ଦିନ ବିଶ୍ବ୍ୟାପୀ ଅ ।ନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ । ପୂର୍ବ ବର୍ଷରେ ଏହି ଦିବସକୁ ଦେଶବାସୀ ଭାରତର ସଂସ୍କୃତି ଓ ପରମ୍ପରା ଭାବେ ପାଳନ କରିଥିଲେ ।ମାତ୍ର ଚଳିତ ବର୍ଷ ଜରୁରିକାଳୀନ ବ୍ୟବସ୍ଥା
ମଧ୍ୟରେ ଏହି ଦିବସକୁ ପାଳନ କରିବାକୁ ପଡୁଛି ।ସେଦୃଷ୍ଟିରୁ ଏହାକୁ ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତିର ଅ ।ୟୁଦ୍ଧ ଭାବେ ପାଳନ କରାଯାଉଛି । ଅ ।ଜି ସମଗ୍ର ବିଶ୍ କୋଭିଡ-୧୯ ବୈଶ୍ିକ ମହାମାରୀ ଯୋଗୁଁ ବିବ୍ରତ ଅବସ୍ଥାରେ ଅଛି । ଶାରୀରିକ ଓ ମାନସିକ ଶାନ୍ତି ଦେଇପାରୁଥିବାରୁ ଯୋଗ ଚଳିତ ବର୍ଷ ପାଇଁ ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡିଛି । ସେଦୃଷ୍ଟିରୁ ଜନସାଧାରଣ ମୁଖ୍ୟତଃ ଦୁଇଟି ଲାଭ ପାଇପାରିବେ । ପ୍ରଥମଟି ହେଲା ସାଧାରଣ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧକ ଶକ୍ତିରେ ସକାରାତ୍ମକ ପ୍ରଭାବ, ଦ୍ିତୀୟଟି ହେଲା ମାନସିକ ଅବସାଦ ହ୍ରାସ । ୪୫ ମିନିଟ ବ୍ୟାପୀ ସାଧାରଣ ଯୋଗ ପୋର୍ଟାଲ ସମଗ୍ର ବିଶ୍ୱରେ ସର୍ବାଧିକ ଜନପ୍ରିୟ ଯୋଗ କାର୍ଯ୍ୟକ୍ରମ ଭାବେ ମୂଳରୁ ପାଳିତ ହୋଇଅ ।ସୁଛ । କେତେକ ସୁପ୍ରସିଦ୍ଧ ଯୋଗଗୁରୁ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଅବସାଦ ଦୂର ପାଇଁ ଏହାକୁ ଯେପରି ପ୍ରତିଦିନ ଘରେ ଅଭ୍ୟାସ କରିହେବ ତାହାର ଉପାୟମାନ ବତାଇଛନ୍ତି । ବୟସ ଓ ଲିଙ୍ଗ ର୍ନିବିଶେଷରେ ଅନଲାଇନ ଯୋଗେ ହେଉ ବା ସରଳ ତାଲିମ ମାଧ୍ୟମରେ ହେଉ ଏହାକୁ ସହଜରେ ଅଭ୍ୟାସ କରିହେବ । ଅ ।ୟୁଷ ମନ୍ତ୍ରଣାଳୟର ଯୋଗ ପୋର୍ଟାଲରେ ଯୋଗକୁ ଅ ।ପଣାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି । ପ୍ରସାର ଭାରତୀ ପକ୍ଷରୁ ସାଧାରଣ ଯୋଗ ପ୍ରୋଟୋକଲ ଅନୁସାରେ ଜୁନ ୧୧ ତାରିଖରୁ ଡିଡି ଭାରତୀ ସକାଳ ୮ଟା ରୁ ୮.୩୦ ମଧ୍ୟରେ ଦୈନିକ ଏହାକୁ ପ୍ରସାରଣ କରୁଛି ।ଏହା ଅ ।ୟୁଷ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେଉଛି । ସାଧାରଣ ଯୋଗ ପ୍ରୋଟୋକଲ ସହ ଅ ।ଗରୁ ପରିଚିତ ଥିଲେ ଲୋକମାନେ ଅ ।ନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ଜୁନ ୨୧ ତାରିଖ ଦିନ ସଂପୂର୍ଣ୍ଣ ରୂପେ ନିଜ ଘରେ ପ୍ରସ୍ତୁତ ରହିବେ ।ଏହାଛଡା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟଯୋଗଗୁରୁମାନଙ୍କ ଦ୍ାରା ପ୍ରଶିକ୍ଷଣ ପ୍ରସାରିତ ହେବ । ଏଥିପାଇଁ ମାଇ ଲାଇଫ ମାଇ ଯୋଗ ନାମକ ଏକ ଭିଡିଓ ବ୍ଲଗିଂ ପ୍ରତିଯୋଗିତାର ଅ ।ୟୋଜନ କରାଯାଇଛି । ବିଭିନ୍ନ ଯୋଗାସନ ପଦ୍ଧତିର ସଂକ୍ଷିପ୍ତ ଦୃଶ୍ୟ ଏଥିରେ ପ୍ରଦର୍ଶିତ ହେବ । ଦେଶବ୍ୟାପୀ ଘରେ ପରିବାର ସହ ଯୋଗ ଭାବନାକୁ ଅନେକ ଅନୁଷ୍ଠାନ ଓ ଜନସାଧାରଣ ଗ୍ରହଣ କରିନେଇଛନ୍ତି । ମହୀଶୁର ଯୋଗ ମହାସଂଘ ସହ ମହୀଶୁର ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏଥିରେ ଅନ୍ୟୁନ ୧ ଲକ୍ଷ ନିଜ ନିଜ ଘର ଛାତ ଉପରୁ ଯୋଗାଭ୍ୟାସ ମୁଦ୍ରା ପ୍ରଦର୍ଶନ କରିବେ । ଅ ।ନ୍ତର୍ଜାତିନ ନେଚରପାଥି ସଂଗଠନ ଏ ହାର ୨୫ ଲକ୍ଷ ସଦସ୍ୟଙ୍କୁ ଏହିଦିନ ଘରୁ ଯୋଗାଭ୍ୟାସ କରିବାକୁ ପ୍ରୋତ୍ସାହିତ କରିଛି । ଏହାଛଡା ଅ ।ହୁରି ଅନେକ ସଂଗଠନ ଓ ଶିକ୍ଷାନୁଷ୍ଠାନମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ସେମାନେ ସାମାଜିକ ଗଣମାଧ୍ୟମର ସାହାରା ନେଇ ଯେପରି ଘରେ ଏହା ପାଳନ କରାଯିବ ସେ ଦିଗରେ କାର୍ଯ୍ୟ କରୁଛନ୍ତି ।
ଘରେ ଯୋଗ, ପରିବାର ସହିତ ଯୋଗ ଅଭିଯାନ
