28 C
Bhubaneswar
Saturday, September 19, 2020

ତାଣ୍ଡବ ରଚିଲା ଘୁର୍ଣ୍ଣିଝଡ,ଭାଙ୍ଗିଲା ଗଛ,ଘରଦ୍ୱାର ଓ ଉଡାଇ ନେଲା ଆଜବେଷ୍ଟ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ରାଜନଗର,୧୬ା୬ (ଶ୍ରୁ.ମି) ; ରାଜନଗର ବ୍ଲକରେ ମଧ୍ୟାହ୍ନ ସମୟରେ ଘୂର୍ଣ୍ଣିଝଡର ତାଣ୍ଡବ ଦେଖିବାକୁ ମିଳିଥିଲା । ରଙ୍ଗଣୀ ପଚାଂୟତ କୋଠିଘାଟ ନିକଟରୁ ଏହି ଘୂର୍ଣ୍ଣିଝଡ(ହସ୍ତିଷଣ୍ଢା) ଆରମ୍ଭ ହୋଇଥିଲା । ଏହି ପଚାଂୟତର ଶୈ÷ରେନ୍ଦ୍ରପୁର ଗ୍ରାମର କାଳୀପଦ
ମୁର୍ମୁଙ୍କ ଚାକୁଣ୍ଡା ଗଛକୁ ଭାଙ୍ଗି ଦେବା ସହ ଘରର ଆଜବେଷ୍ଟ ଉଡାଇ ନେଇ ପ୍ରାୟ ୩୦ଫୁଟ ଦୂରରେ ଥିବା ତାଙ୍କ ପଡୋଶୀ ବାସୁଦେବ ଜେନାଙ୍କ ଆଜବେଷ୍ଟ ଘର ଉପରେ ପକାଇବାରୁ ତାଙ୍କର ମଧ୍ୟ ଅନେକ ଆଜବେଷ୍ଟ ଭାଙ୍ଗି ଯାଇଛି । ସେହିଭଳି ଗଣେଷ ମୁର୍ମୁଙ୍କର ଛପର ଉଡିଯିବା ସହ କାନ୍ଥ ଭାଙ୍ଗି ଯାଇଛି । ସେହିପରି ମହେନ୍ଦ୍ର ମୁର୍ମୁ, ଦାମୋଦର ମୁର୍ମୁ, କାର୍ତିକ ମୁର୍ମୁଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାସୁଦେବ ଜାନାଙ୍କର ଗୁହାଳଘର ଭାଙ୍ଗି ଯାଇ ଆଜବେଷ୍ଟ ଉଡିଯାଇଛି । ରଜନୀକାନ୍ତ ଗିରିଙ୍କର ଆଜବେଷ୍ଟ ଉଡିଯିବା ସହ ଗଛ ଭାଙ୍ଗିଛି । ଚାଆଁରାକୋହ୍ଲା ଗ୍ରାମର ସ୍ୱର୍ଣ୍ଣଲତା ଗିରି, ରାମକୃଷ୍ଣ ଗିରି, ରାମପଦ ସେଠୀ, ଗଣପତି ଜାନାଙ୍କର ଘରର ଆଜବେଷ୍ଟ ଉଡିଯିବା ସହ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଛି । ବାଘମାରୀ ପଚାଂୟତ ସଦର ମହକୁମାରେ ରବିନ୍ଦ୍ର ପାଟାଙ୍କର ବାହାରେ ରଖାଯାଇଥିବା ଧାନ ଅମାରକୁ ଭାଙ୍ଗି ଫୋପାଡି ଦେବା ସହ ପ୍ରାୟ ୫୦କୁ୍ୟଟାଂଲ ଧାନକୁ ଫୋପାଡି ଦେଇଛି । ତାଙ୍କର ଘରର ଆଜବେଷ୍ଟ ଉଡାଇ ନେବା ସହ ୩ଟି ନଡିଆ ଗଛକୁ ଭାଙ୍ଗିବା ସହ ଗୁହାଳଘରକୁ ଭାଙ୍ଗି ଦେଇଛି । ବିରେନ ଖାଣ୍ଡାଙ୍କର ଘର ଛପର ଉଡିଯିବା ସହ କାନ୍ଥ ଖସି ପଡିଛି । ଗୁହାଳ ଭାଙ୍ଗି ପଡିଛି । ଭାନୁ ପରିଡା, ଭାଷ୍କର ମାଇତି ଓ ପ୍ରଭାତ ମଣ୍ଡଳଙ୍କର ଘର ଛପର ଉଡାଇ ନେବା ସହ ଗଛଗୁଡିକ ଭାଙ୍ଗି ଯାଇଛି । ଅନେକ ଗଛ ଉପୁଡି ପଡିବା ସହ ଭାଙ୍ଗି ଯାଇଛି । ବୀରଭପୁରରେ ସେକ ହାରୁନ୍ଙ୍କର କ୍ୟାବିନକୁ ଫୋପାଡି ଦେଇଛି । ସେହିଭଳି ସେକ ଫିରୋଜ ଓ ସେକ କାରୁନ୍ଙ୍କର ଘର ଛପର ଉଡାଇ ନେଇଛି । ଖବରପାଇ ତହସିଲଦାର ଭୋଳାନାଥ ସେଠୀ ପହଂଚି ବିପନ୍ନ ପରିବାରମାନଙ୍କୁ ଆର୍ଥିକ ସହାୟତା ଦେବା ସହ ପଲିଥିନ୍ ଯୋଗାଇ ଦେଇଛନ୍ତି । ତାଙ୍କ ସହିତ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତକୁମାର ବାରିକ ପହଂଚି ବିପନ୍ନଙ୍କୁ ସାନ୍ତ୍ୱନା ଦେବା ସହ ରିଲିଫ ସହାୟତା ପ୍ରଦାନ କରିଛନ୍ତି । ବାତ୍ୟା ଅନ ଆମର ଯେତିକି କ୍ଷତି କରିନଥିଲା, ଘୂର୍ଣ୍ଣିଝଡ ତାଠାରୁ
ବଡକ୍ଷତି କରିଦେଇଛି ବୋଲି ବିପନ୍ନ ପରିବାରମାନେ ପ୍ରକାଶ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...